1 ଆଲେ କାଜିତାନ୍ କାଜିରେୟାଃ ମୁଣ୍ଡି ନେଆଁଁ ତାନାଃ, ଆବୁ ନାମାକାଇ ମାରାଙ୍ଗ୍ ଯାଜାକ୍, ସିର୍ମାରେନ୍ ମାରାଙ୍ଗ୍ ମାନାରାଙ୍ଗ୍ନିଆଃ ରାଜ୍ଗାଦିରାଃ ଜମ୍ସାଃରେ ଦୁବାକାନା ।
2 ଇନିଃ ଅକନ୍ ପୁରାଃ ପାବିତାର୍ ଠାୟାଦ୍ରାଃ ସାର୍ତି କୁମ୍ବା ଲାତାର୍ରେ ମାରାଙ୍ଗ୍ ଯାଜାକ୍ ଲେକାଏ କାମିତାନା, ଏନା ହଡ଼ତେ କା ବାଇୟାକାନା, ମେନ୍ଦ ପ୍ରାଭୁ ଏନାକେ ବାଇୟାକାଦା ।
3 ସବେନ୍ ମାରାଙ୍ଗ୍ ଯାଜାକ୍କ ପାର୍ମେଶ୍ୱାର୍ଆଃ ନୁତୁମ୍ତେ ଦାନ୍ ରାକାବ୍ ଆଡଃ ଜାଁତୁକଆଃ ଦାଣେଁ ରାକାବ୍ ନାଗେନ୍ତେକ ସାଲାକାନା । ଏନାତେ ଆବୁଆଃ ନେ ମାରାଙ୍ଗ୍ ଯାଜାକ୍କେହଁ ଜେତ୍ନାଃ ଦାନ୍ ରାକାବେ ନାଗେନ୍ତେ ଲାଗାତିଙ୍ଗ୍ୟାଁଃ ।
4 ଇନିଃ ନେ ଅତେରେ ତାଇନ୍ତେୟାଃରେଦ, ଯାଜାକ୍ହଁ କାଏ ହବା ସାକାଅକାନ୍ତେୟାଃ, ଚିୟାଃଚି ଯିହୁଦୀକଆଃ ଆନ୍ଚୁ ଲେକାତେ ଦାଣେଁରେୟାଃ ଦାନ୍ ରାକାବ୍ ନାଙ୍ଗ୍ ଯାଜାକ୍କ ମେନାକଆ ।
5 ଇନ୍କୁ ଯାଜାକ୍ କାମି କାମିତାନ୍ତେୟାଃ, ସିର୍ମାରେୟାଃ ନାକାଲ୍ ଆଡଃ ଉମ୍ୱୁଲ୍ ଲେକ୍ନାଃ ଏସ୍କାର୍ ତାନାଃ । ମୁଶା ନାବୀଆଃ ଦିପିଲିହେତେ ନେ'ଲେକା ହବା ଆଉଅଃତାନା । ମୁଶା ନାବୀ ପାବିତାର୍ କୁମ୍ବା ବାଇ ନାଗେନ୍ତେ ସେକାଡ଼ଃ ତାଇକେନ୍ ଇମ୍ତା, ପାର୍ମେଶ୍ୱାର୍ ଇନିଃକେ କାଜିକାଇ ତାଇକେନା, “ନେଲେମେ, ବୁରୁରେ ଆମ୍କେ ଅକନ୍ ନାମୁନା ଉଦୁବ୍କାନ୍ ତାଇକେନା, ଏନ୍ଲେକାଗି ସବେନାଃ ବାଇୟେମେ ।”
6 ମେନ୍ଦ ନାହାଁଃ ୟୀଶୁକେ ଅକନ୍ ଯାଜାକ୍ କାମି ଏମାକାନା, ଏନା ଏଟାଃକଆଃ ଯାଜାକ୍ କାମିହେତେ ପୁରାଃ ବୁଗିନାଃ ତାନାଃ । ଏନ୍ଲେକାଗି ପାର୍ମେଶ୍ୱାର୍ ଆଡଃ ହଡ଼କଆଃ ଥାଲାରେ ଇନିଃ ଅକ ରାଜିନାମା ବାଇୟାକାଦାଏ, ଏନା ପୁରାଃ ବୁଗିନାଃ ତାନାଃ, ଚିୟାଃଚି ନେ ରାଜିନାମା ପୁରାଃ ବୁଗିନାଃ ହବାଅଃ ନାଗେନ୍ତେ ବାନାର୍ସା ଏମାକାନା ।
7 ସିଦା ନିୟାମ୍ରେ ଜେତାନ୍ ଗୁହ୍ନାଁ କା ତାଇକାନ୍ରେଦ, ଆଡଃମିଆଁଦ୍ ନିୟାମ୍ କା ଲାଗାତିୟଁଃତେୟାଃ ।
8 ମେନ୍ଦ ପାର୍ମେଶ୍ୱାର୍ ଆୟାଃ ହଡ଼କଆଃ ଗୁହ୍ନାଁ ଉଦୁବ୍କେଦ୍ତେ କାଜିକେଦା,
9 ଆଇଙ୍ଗ୍ ଇନ୍କୁଆଃ ପୁର୍ଖା ହାଡ଼ାମ୍ ହଡ଼କଆଃ ତିଃଇ ସାବ୍କେଦ୍ତେ ମିସାର୍ ଦିଶୁମ୍ଏତେ ଅଡଙ୍ଗ୍ ଆଉକେଦ୍କ ଇମ୍ତା,
10 “ଆଇଙ୍ଗ୍ ହିଜୁଃ ଦିପିଲିରେ
11 ଇମ୍ତା ଇନ୍କୁ ହପର୍ଜାପାଃରେନ୍କକେ ଚାଏ ହାଗା ମିଶିକକେ ଇନିତୁ ଏମ୍ କା ଲାଗାତିଙ୍ଗ୍ୟାଁଃ, ଆଡଃ ‘ପ୍ରାଭୁକେ ଆଟ୍କାରିପେ ମେନ୍ତେ ଜେତାଏକେ କାଜି କା ଲାଗାତିଙ୍ଗ୍ୟାଁଃ,’
12 ଆଇଙ୍ଗ୍ ଇନ୍କୁଆଃ ସବେନ୍ ପାପ୍ ଛାମାକଆଇଙ୍ଗ୍
13 ନେଆଁଁକେ ନାୱା ନିୟାମ୍ ମେନ୍ତେ କାଜିକେଦ୍ ହରାତେ ପାର୍ମେଶ୍ୱାର୍ ସିଦାତେୟାଃକେ ମାରିତେୟାଃ ମେନ୍ତେ କାଜିକେଦା ଆଡଃ ଅକ୍ନାଃ ମାରିତେୟାଃ ତାନାଃ, ଏନା ଜାଲ୍ଦିଗି ଜିୟନଃଆ ।