1 ମା ମାଟାଦି ଅର୍ତ ଇକା ମାଡୁ ଏମେ ପେରିଜାଜକଦିଙ୍ଗ୍ ପୋଇତିମାନିକା, ୱାନ୍ ମୁସ୍କୁପୁର୍ତୁ ମହାମହିମା ମାପୁରୁଦି ସିଂହାସନ୍ଦି ଉଣେରି କିୟୁ ତରିନ୍ ବାସ୍ତାମାନାନ୍ ।
2 ୱାନ୍ ଏମେ ମହାପବିତ୍ର ବାଡିଦୁ ତିଆର୍ଆତିମାନି ଗୁଡ଼ା ଆଡିଗି ପେରିଜାଜକ ୱାଜା ପାଣି କିନାନ୍, ଆକା ଲୋକା ମାଡ଼ାନ୍ ତିଆର୍ ଆଏତ୍, ତାନିଙ୍ଗ୍ ପ୍ରବୁ ତିଆର୍ କିତାମାନାନ୍ ।
3 ୱିଜେରେ ପେରିଜାଜକର୍ ମାପୁରୁଦି ଉଦେସ୍ଦାନ୍ ପୁଜା ମାରି ଜାତୁବଲି ପୁଜା କିଦେଙ୍ଗ୍ ବାସେଆତା ମାନାର୍ । ଆଦେଙ୍ଗ୍ ମା ପେରିଜାଜକ ବା ଆୟାୱାଜା ଇନି ପୁଜା କିଦେଙ୍ଗ୍ ଦରକାର୍ ମାନାତ୍ ।
4 ୱାନ୍ ଜଦି ଇୟା ଦୁନିଆଦୁ ମାରିଙ୍ଗ୍, ଆର୍ତିଙ୍ଗ୍ ୱାନ୍ ମୁଡ଼ୁକେ ଜାଜକ ଆଦେଙ୍ଗ୍ଁ ଆଟ୍ଏତାନ୍ମାନ୍ଦି, ଇରିଙ୍ଗ୍ ଜିହୁଦିର୍ ନିୟମ୍ ଇସାବ୍ତାନ୍ ପୁଜା ସିଦେଙ୍ଗ୍ ଜାଜକର୍ ମାନାର୍ ।
5 ୱାରି ଜାଜକରି ସେବା ପାଣି ମୁସ୍କୁପୁର୍ତି ବିସୟ୍ତି କାତା ନି ନିଡ଼ିଗାମାତ୍ର । ମୋସାଦି ବେଡ଼ାଦାନ୍ ଇୟାୱାଜା ଆଜି ୱାଜିନାତ୍ । ମୋସା ଏସ୍ତିୱାଲେ ଉପାସନା ଉଣ୍ତିଙ୍ଗ୍ ଉନ୍ଣ୍ତ୍ରି ଗୁଡ଼ା ତିଆର୍ କିଦେଙ୍ଗ୍ ସୋଲ୍ସିମାରାନ୍, ମାପୁରୁ ୱାନିଙ୍ଗ୍ ଇର୍ହାମାର୍ହାନ୍, “ସୁଡୁଆ, ଗୋରନ୍ ମୁସୁକୁ ନିଙ୍ଗିଁ ଏମେ ବାନା ତୋର୍ସି ସିତାମାନା ଟିକ୍ ଆୟା ଇସାପ୍ତାନ୍ ୱିଜୁ ବିସୟ୍ ତିଆର୍ କିଆ ।”
6 ମାତର୍ ଇଲେଇ ଜିସୁଙ୍ଗୁଁ ଏମେ ଜାଜକ ପାଣି ସିଆୟ୍ ଆତାମାନାତ୍, ଆକା ଆଇୱାରି ଜାଜକିୟ ପାଣି ବାଦ୍ଲୁ ନେଗିକା । ଆୟାୱାଜା ମାପୁରୁ ମାରି ଲୋକା ଲୋଇ ୱାନ୍ ଏମେ ନିୟମ୍ ତିଆର୍ କିତାମାନାନ୍, ଆକା ପେରିକା, ଇରିଙ୍ଗ୍ ଇୟା ନିୟମ୍ଦୁ ନେଗି ବିସୟ୍ୱିଜୁ ସିଆୟ୍ ଆନି ଉଣ୍ତିଙ୍ଗ୍ ପାର୍ମାଣ୍ ମାନାତ୍ ।
7 ଆଗ୍ଡ଼ିରି ନିୟମ୍ତୁ ଜଦି ଦସ୍ ସିଲେତାତ୍ମାନ୍ଦି, ଆର୍ତିଙ୍ଗ୍ ମାରିଉନ୍ଡ୍ରି ନିୟମ୍ ଦର୍କାର୍ ସିଲେତାତ୍ମାନ୍ଦି ।
8 ମାତର୍ ମାପୁରୁ ୱାନି ଲୋକାଙ୍ଗ୍ ଦୋସ୍ ଆସ୍ସି ଇର୍ହାମାନାନ୍,
13 ଇୟାତେନିଙ୍ଗ୍ ପୁନି ନିୟମ୍ ଇଜି ରାସ୍ନି ମାଡ଼ାନ୍ ମାପୁରୁ ଆଗ୍ଡ଼ିରିତାନିଙ୍ଗ୍ ପାଡ଼ିଇକା ଇଜି ଇର୍ହାମାନାନ୍ ମାରି ଆମାକା ପାଡ଼ିଇକା ମାରି ସାଲାଏତ୍, ଆକା ବେଗି ମାର୍ଗିନା ସନାତ୍ ।