1 ଆମେ ଜେନ୍ତିକି ସତ୍ଟାନେଅନି ବିନେ ନ ବେଗ୍ଲୁ, ସେଟାର୍ପାଇ ଆମେ ସୁନିରଇବା ସତ୍ ବାକିଅଟାନେ ଡାଁଟ୍ଅଇ ରଇବା ଦର୍କାର୍ ।
2 କାଇକେ ବଇଲେ ପୁର୍ବେ ପର୍ମେସର୍ ସରଗ୍ ଦୁତ୍ମନର୍ ଅନି ଜାନାଇ ଆଚେ, ସେଟା ସତ୍ ବଲି ପର୍ମାନ୍ ଅଇଆଚେ, ଜନ୍ ଲକ୍ମନ୍ ସେଟା ମାନତ୍ ନାଇ, ସେମନ୍ ଡଣ୍ଡ୍ ପାଇଆଚତ୍ ।
3 ତେବେ ଏନ୍ତାରି ରଇବା ବଡ୍ ମୁକ୍ତି ଆମେ ଏଲା କରିଦେଲେ କେନ୍ତି ରକିଆ ପାଇବାର୍ ଅଇସି ? ଏ ମୁକ୍ତିର୍ ବିସଇ ପର୍ତମେ ମାପ୍ରୁ ନିଜେ ଜାନାଇ ଆଚେ ଆରି ତାର୍ଟାନେଅନି ସୁନିରଇବା ଲକ୍ମନ୍ ତେଇର୍ ସତ୍ ଆମର୍ଟାନେ ପର୍ମାନ୍ କରି ଜାନାଇ ଆଚତ୍ ।
4 ସେମନ୍ ପର୍ମାନ୍ କଲାଟା ସତ୍ ବଲି ପର୍ମେସର୍ ମିସା ସାକିଦେଲା । କାଇକେବଇଲେ ସେ ସେମନ୍କେ, କେତେ ରକାମର୍ ଚିନ୍ ଆରି କାବାଅଇଜିବା କାମ୍ମନ୍, ନ ଗଟ୍ବା ଗଟ୍ନାମନ୍ କର୍ବାକେ ବପୁଦେଲା । ତାର୍ ମନ୍ କଲା ଇସାବେ ସୁକଲ୍ଆତ୍ମାର୍ ଦାନ୍ ମିସା ସେମନ୍କେ ବାଟାକରି ଦେଇ ରଇଲା ।
5 ପର୍ମେସର୍ ନୁଆ ଜଗତ୍ ତିଆର୍ କର୍ସି । ଆରି ଆମେ ଜନ୍ ଜଗତର୍ କାତା କଇଲୁନି, ତେଇର୍ ସାସନ୍ କର୍ବାକେ, ସେ ସରଗର୍ ଦୁତ୍ମନ୍କେ ବାଚିକରି ମିସାଏ ନାଇ ।
6 କାଇକେ ବଇଲେ ଦରମ୍ସାସ୍ତରେ ଏନ୍ତି ଲେକାଅଇଆଚେ,
8 ଇତି ଲେକାଅଇଆଚେ, କାଇ ବିସଇ ନ ଚାଡି ମୁନୁସ୍କେ ସବୁ ବିସଇ ଉପ୍ରେ ସାସନ୍ କର୍ବାକେ ଦେଇଆଚେ । ଇତିଅନି ଜାନାପଡି ଗାଲାନିଜେ ସବୁ ବିସଇ ତାର୍ ଅଦିକାରେ ଆଚେ । ମୁନୁସ୍ ଏବେ ସବୁ ବିସଇର୍ ଉପ୍ରେ ଅଦିକାର୍ କରେ ନାଇତା । ଏଟା ଏବେ ଆମେ ଜାନ୍ଲୁନି ।
9 ଆମେ ଦେକ୍ଲୁନି, ଜିସୁ କେନ୍ତି ଚନେକର୍ପାଇ ସରଗର୍ ଦୁତ୍ମନର୍ ଟାନେଅନି ତଲେ ଅଇରଇଲା । ଆରି ଜେନ୍ତିକି ସେ ପର୍ମେସରର୍ ଦୟା ପାଇକରି ସବୁଲକର୍ ପାଇ ଜନ୍ ଦୁକ୍ କସ୍ଟ ପାଇକରି ମଲା, ସେ ମରନର୍ ଲାଗି ଏବେ ଆମେ ତାକେ ମଇମା ଆରି ଡାକ୍ପୁଟା ଅଇଲାଟା ଦେକ୍ଲୁନି ।
10 ପର୍ମେସର୍ ସବୁ ବିସଇ ତିଆର୍କରି ସଙ୍ଗଇଲା ଆଚେ । ସେଟାର୍ପାଇ ଜିସୁକେ ଦୁକ୍ କସ୍ଟ ପାଇବାକେ ସେ ଦେଲା । ଏନ୍ତାରି ଅଇ ସେ ସିଦ୍ ଅଇଲା ଆରି ଆମର୍ ବିତ୍ରେଅନି ବେସି ଲକ୍, ତାର୍ ପଅ ଅଇଗାଲୁ । ଜେନ୍ତାରି କି ଆମେ ମିସା ତାର୍ ମଇମା କଲାଟାନେ ମିସ୍ବୁ, କାଇକେବଇଲେ ଜିସୁ ପାପର୍ ଡଣ୍ଡେଅନି ଆମ୍କେ ମୁକ୍ଲାଇଲା ।
11 ସେ ଆମ୍କେ ପାପେ ଅନି ସୁକଲ୍ କଲାଆଚେ । ଆରି ଆମେ ଜେ କି ସୁକଲ୍ ଅଇଆଚୁ, ଆରି ଜେ କି ଆମ୍କେ ସୁକଲ୍ କରିଆଚେ, ନର୍ଲକ୍ମନର୍ ଗଟେକ୍ ସେ ବାବା । ଏଟାର୍ଲାଗି ଜିସୁ ସେମନ୍କେ ବାଇବଇନି ବଲିକରି କଇବାକେ ଲାଜ୍ ଅଏ ନାଇ । ମାତର୍ ତାର୍ କୁଟୁମ୍ ବଲି ଡାକ୍ସି ।
12 ଜିସୁ ପର୍ମେସର୍କେ କଇଲା ଆଚେ,
13 ସେ ଏନ୍ତାରି ମିସା କଇଲାଆଚେ,ଆରି ସେ କଇଲା, “ପର୍ମେସର୍ ମକେ ଦେଲା ପିଲାଟକିମନ୍, ମର୍ସଙ୍ଗ୍ ଆଚତ୍ ।”
14 ଇତି ଜନ୍ ଲକ୍ମନ୍କେ ପିଲାମନ୍ ବଲି ଡାକ୍ଲାଇନି, ସେମନ୍ ବନି ମାଉଁସ୍ ରଇବା ଗାଗଡ୍ ସଙ୍ଗର୍ ଲକ୍ମନ୍ । ଜିସୁ ମିସା ସେମନର୍ ପାରା ଗଟେକ୍ ଗାଗଡ୍ ନେଲା ଆରି ତାକର୍ ଗୁନ୍ଚଲନ୍ତେଇ ମିସ୍ଲା । ତାର୍ ମରନର୍ ଲାଗି ସେ ମରନର୍ ଉପ୍ରେ ବପୁ ରଇବା ସଇତାନ୍କେ ପୁରାପୁରୁନ୍ ବାବେ ଆରାଇଲା ।
15 ଜନ୍ ଲକ୍ମନ୍ ମରନ୍କେ ଡରିକରି ରଇଲାଇ, ସେଟାର୍ ପାଇ ସେମନ୍ ଜନମେ ଅନି ଗତିଦାଙ୍ଗ୍ଡା ପାରା ଅଇରଇଲାଇ । ସେମନ୍କେ ସେ ମରନର୍ ଡଣ୍ଡେଅନି ମୁକ୍ଲାଇଲା ।
16 ଇତିଅନି ନିକ କରି ଜାନିଅଇଲାନି ଜେ, ସେ ସରଗର୍ ଦୁତ୍ମନ୍କେ ସାଇଜ କରେନାଇ । ତାର୍ ବାଦୁଲେ ଆମେ ଜନ୍ଲକ୍ମନ୍ କି ଅବ୍ରାଆମର୍ ବଁସର୍ ନାତିତିତି ବଲି ଏଜାଇଅଇଲୁନି, ସେ ଆମ୍କେ ସାଇଜ କଲାନି ।
17 ତେବର୍ ପାଇ ସେଟା ଦର୍କାର୍ ରଇଲା ଜେ ଆମେ ଜନ୍ଲକ୍ମନ୍କି ତାର୍ ବାଇବଇନି ଅଇଲୁଆଚୁ, ସେ ସମାନ୍ ଆମର୍ ପାରା ଅଇରଇବାକେ । ସେନ୍ତାର୍ ଆଲେ ସେ ଆମର୍ ପର୍ମେସର୍ ଟାନେ ରଇବା ସତ୍ସଙ୍ଗ୍ ଆରି ଦୟାସଙ୍ଗ୍ ରଇବା ବଡ୍ ପୁଜାରି । ସେ ଆମର୍ ବଡ୍ ପୁଜାରି ଅଇଲାକେ ଆମର୍ ପାପର୍ କେମା ଅଇଲା ।
18 ସେ ଦୁକ୍କସ୍ଟ ପାଇଲା ଆରି ପରିକା କରାଇ ଅଇଲା, ଏବେ ଆମେ ଜେତ୍କି ଲକ୍ ପରିକା କରାଇଅଇଲୁନି, ଆମ୍କେ ସବୁକେ ସାଇଜ କରିପାର୍ସି ।