1 ଇସ୍ୱର୍ ହୁର୍ବ୍ କାଳେ ବିନ୍ବିନ୍ ବେଳାୟ୍ ଆର୍ ବିନ୍ବିନ୍ ରଃକମେ ବାବ୍ବାଦିମଃନାର୍ ଦଃୟ୍ ଦାଦିବାବୁମଃନ୍କେ କଃତା କୟ୍,
2 ଇ ସେସ୍ କାଳେ ହୟ୍ସିର୍ ଦଃୟ୍ ଅଃମିମଃନ୍କ୍ କଃତା କୟ୍ଆଚେ; ତାକେ ସେ ସଃବୁ ବିସୟାର୍ ଅଃଦିକାରି କଃରି ବାଚ୍ଲା, ତାର୍ ଦଃୟ୍ ହେଁ ସଃବୁ ଜଃଗତାର୍ ଉବ୍ଜାୟ୍ଲା;
3 ସେ ତାର୍ ଜଃଜ୍ମାନାର୍ ଉଜାଳ୍ ଆର୍ ତାର୍ ଗ୍ୟାନାର୍ ମୁର୍ତି, ସେ ଅଃହ୍ଣାର୍ ସଃକାତ୍ ହୁର୍ନ୍ କଃତା ଦଃୟ୍ ସଃବୁ ବିସୟ୍ ଦଃରେଦ୍, ଆରେକ୍ ହାହ୍ କେମା କଃଲା ହଃଚେ ସଃର୍ଗାର୍ ଇସ୍ୱରାର୍ କାତା କୁଚି ବାଟ୍ୟା ବଃସିଆଚେ ।
4 ସେ ଜୁୟ୍ ଇସାବେ ସଃର୍ଗ୍ ଦୁତ୍ମଃନାର୍ ତଃୟ୍ହୁଣି ଅଃଦିକ୍ ବଃଡ୍ ନାଉଁଆର୍ ଅଃଦିକାରି ଅୟ୍ଆଚେ, ସେ ଇସାବେ ସେ ସେମଃନାର୍ ତଃୟ୍ହୁଣି ଅଃଦିକ୍ ବଃଡ୍ ଅୟ୍ଆଚେ ।
5 କାୟ୍ତାକ୍ବଃଲେକ୍ ଇସ୍ୱର୍ ଦୁତ୍ମଃନାର୍ ବିତ୍ରେ କାକେ କଃବେ ଇରି ନଃକୟ୍ଁ,
6 ଆରେକ୍ ଜୁୟ୍ ବେଳାୟ୍ ସେ ହଃର୍ତୁ ଜଃଲମ୍ ଅୟ୍ଲା ହୟ୍ସିକ୍ ଆରେକ୍ ଗଟ୍ତର୍ ଜଃଗତ୍ ବିତ୍ରେ ହଃଟାୟ୍ଦ୍, ସେ ବେଳାକ୍ ଦଃକି ସେ କଃଉଁଲା,
7 ଆର୍ ଇସ୍ୱର୍ ଦୁତ୍ମଃନାର୍ ବିସୟେ କଃଉଁଲା,
8 ମଃତର୍ ବିନ୍ ବାଟ୍ ସେ ହୟ୍ସିର୍ ବିସୟେ କଃଉଁଲା, ଏ ଇସ୍ୱର୍,
9 “ତୁୟ୍ ଦଃର୍ମ୍ କଃତାକ୍ ଲାଡ୍ କଃରୁଲିସ୍ ଆର୍ ଅଃଦଃର୍ମ୍ କଃତାର୍ ଗିଣ୍ କଃରୁଲିସ୍,
10 ଆରେକ୍ କଃଉଁଲା,
11 ସେସଃବୁ ନାସ୍ ଅୟ୍ଦ୍, ମଃତର୍ ତୁୟ୍ ସଃବୁ ଦିନ୍ ରେସି;
12 ଆରେକ୍ ତୁୟ୍ ହଃଚ୍ୟା ହର୍,
13 ଆର୍ ମୁୟ୍ଁ ଜଃବେ ହଃତେକ୍ ତର୍ ସଃତ୍ରୁମଃନ୍କେ ତର୍ ହାଦ୍ ତଃଳେ ନଃକେରି ଆଚି,
14 ତଃବେ ସଃର୍ଗଦୁତ୍ ମଃନ୍ କେ ? ଇମଃନ୍ ଇସ୍ୱରାର୍ ସେବାକଃର୍ତା ଆତ୍ମା । ଆରେକ୍ ମୁକ୍ତିର୍ ଅଃଦିକାରି ଅଃଉତା ଲକାର୍ ସେବା କଃରୁକେ ଇସ୍ୱର୍ ହଃଟାୟ୍ଲା ଆତ୍ମାମଃନ୍ ।